କେନ୍ଦୁଝରଜିଲ୍ଲା

ହୋଲି ଖେଳି ସାରି ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳକ ନିଖୋଜ।

ପାଟଣା/୨୬/୦୩ – ହୋଲି ଖେଳ ହେଲା କାଳ, ହୋଲି ଖେଳି ସାରି  ବୈତରଣୀ ନଦୀର ଦଲକୀ ଘାଟରେ  ଗାଧୋଉଥିବା ସମୟରେ ନଦୀରେ ବୁଡି ନାବାଳକ ନିଖୋଜ। ନିଖୋଜ ନାବାଳକ, ବଣ ମହୁଲଡିହା ଗ୍ରାମର ଭୀମ ମାଝୀ । ଆଜି ସେ ହସ ଖୁସୀର ହୋଲି ଖେଳି ସାରିବା ପରେ ସାଙ୍ଗ ମାନଙ୍କ ସହ ବୈତରଣୀ ଦଲକୀ ଘାଟରେ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ସେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ନା ବାଳକଙ୍କ ସନ୍ଧାନ ମିଳିପାରି ନଥିଲା ।

Show More

Related Articles

Back to top button