କେନ୍ଦୁଝରଜିଲ୍ଲା

ନିଜସ୍ଵ ଉଦ୍ୟମରେ ରାସ୍ତା ମରାମତି କଲେ ଗାଁ ଲୋକେ।

ପାଟଣା/୨୬/୦୩ – କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ଵାମ ଗାଁରେ ଥିବା କଂକ୍ରିଟ ରାସ୍ତାକୁ ନିଜସ୍ଵ ଉଦ୍ୟମରେ ମରାମତି କଲେ ଗ୍ରାମବାସୀ । ମଙ୍ଗଳବାର ସକାଳୁ ସଭିଏଁ ହୋଲି ଖେଳିବା ପରେ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଥିଲେ । ଗ୍ରାମ୍ୟ ରାସ୍ତାରେ ହୋଇଥିବା ଖାଲଖମା ଗୁଡ଼ିକୁ ସିମେଣ୍ଟ କଂକ୍ରିଟ ଦେଇ  ମରାମତି କରିଥିଲେ । ଏଥିପାଇଁ ସେମାନେ ଶ୍ରମିକ ହୋଇ କାମ କରୁଥିଲାବେଳେ, ନିଜେ ମିସ୍ତ୍ରୀ ମଧ୍ୟ ସାଜିଥିଲେ। ଗ୍ରାମର ଯୁବକ, ବୟସ୍କ ଏକତାର ପରିଚୟ ଦେଇଥିଲେ । ଭାଗିରଥି ଦାଶ, ସୁବ୍ରତ ଦ୍ବିବେଦୀ, ରାଜବଲ୍ଲଭ ମିଶ୍ର, ନିର୍ମଳ ଦାଶ, ସନ୍ତୋଷ ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ସୁମିତ ପତି, ଜ୍ଞାନେନ୍ଦ୍ର ମିଶ୍ର, ଗୌରୀ ରଞ୍ଜନ ମିଶ୍ର, ବିରୋମୋହନ ଦ୍ବିବେଦୀ, ଶ୍ରୀନିବାସ ଶତପଥୀ, ଚିରଞ୍ଜିବି ଦାଶ, ଲୋକ ନାଥ ମିଶ୍ର, କୁଳମଣି ଶତପଥୀ ପ୍ରମୁଖ କଂକ୍ରିଟ ରାସ୍ତା ମରାମତିରେ ସହଯୋଗ କରିଥିଲେ।

Show More

Related Articles

Back to top button