
ଭୁବନେଶ୍ୱର/୨୪/୦୩ – ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ରାଜ୍ୟର ୩ଟି ସଂସଦୀୟ କ୍ଷେତ୍ର କଟକ, କନ୍ଧମାଳ ଓ ଯାଜପୁର ପାଇଁ ଆଜି ପ୍ରାର୍ଥୀ ଘୋଷଣା ହୋଇପାରିନାହିଁ ।ଜାଣନ୍ତୁ କିଏ କେଉଁଠୁ …..
କେନ୍ଦୁଝର ଲୋକସଭା ଆସନରୁ ଅନନ୍ତ ନାୟକ, ମୟୁରଭଞ୍ଚରୁ ନବଚରଣ ମାଝୀ, ବାଲେଶ୍ବରରୁ ପ୍ରତାପ ଷଡଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ ଓ ଆସ୍କାରୁ ଅନୀତା ଶୁଭଦର୍ଶନୀ ନିର୍ବାଚନ ଲଢ଼ିବା ନେଇ ତାଲିକାରେ ଉଲ୍ଲେଖ ରହିଛି । ସେହିଭଳି ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ସୁନ୍ଦରଗଡ଼ରୁ ଜୁଏଲ ଓରାମ୍, ବରଗଡ଼ରୁ ପ୍ରଦୀପ ପୁରୋହିତ,ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ ଏବଂ କୋରାପୁଟରୁ କାଲେରାମ ମାଝୀଙ୍କ ନାଁ ପ୍ରାର୍ଥୀ ତାଲିକାରେ ରହିଛି । ଖୁବ ଶୀଘ୍ର ବାକି ରହିଥିବା ୩ଟି ଲୋକସଭା ସଂସଦୀୟ କ୍ଷେତ୍ର କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା ହେବ ବୋଲି ଆଶା କରାଯାଉଛି ।
