କେନ୍ଦୁଝରଜିଲ୍ଲା

ନ୍ୟୁଜ୍ ଜଙ୍କସନ୍ ଓଡ଼ିଶାର ପ୍ରଭାବ; ଖବର ପ୍ରକାଶ ପରେ ଫଳକରୁ ହଟିଲା ଫଟୋ

ପାଟଣା/୨୩/୦୩ – ନ୍ୟୁଜ୍ ଜଙ୍କସନ୍ ଓଡ଼ିଶାର ପ୍ରଭାବ, ଖବର ପ୍ରକାଶ ପରେ ହଟିଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଫଳକ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ତେବେ ପାଟଣା ନିର୍ବାଚନ ମଣ୍ଡଳୀର କିଛି ସ୍ଥାନରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରାଯାଉଥିବା ନେଇ ଲୋକେ ଅଭିଯୋଗ କରିଥିଲେ । ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ବର ମନ୍ଦିରରେ ମନ୍ଦିରକୁ ସହାୟତା ପ୍ରଦାନ କରାଯାଇଥିବା ଏକ ଫଳକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟ ଦେଖିବାକୁ ମିଳିଥିଲା । ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଏହି ଫଳକ ଉପରେ ଘୋଡ଼ଣୀ ପକାଯାଇନଥିଲା । ଏଠାରେ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲଙ୍ଘନ କରାଯାଇଥିବା ନେଇ ଜନସାଧାରଣ ଅଭିଯୋଗ କରିବାପରେ ଶୁକ୍ରବାର ‘ନ୍ୟୁଜ୍ ଜଙ୍କସନ୍ ଓଡ଼ିଶା’ରେ ଏ ସଂପର୍କୀତ ଖବର ପ୍ରକାଶ ପାଇଥିଲା । ତେବେ ଖବର ପ୍ରକାଶିତ ହେବାପରେ ପ୍ରଶାସନ ଚେତିଛି । ଉକ୍ତ ଫଳକରୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଆଜି ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।

Show More

Related Articles

Back to top button