କେନ୍ଦୁଝରଜିଲ୍ଲା

ଚମ୍ପୁଆରେ କଂଗ୍ରେସର ନିର୍ବାଚନ ସଂପର୍କୀତ ପ୍ରସ୍ତୁତି ବୈଠକ।         

ଚମ୍ପୁଆ/୨୩/୦୩ – ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚମ୍ପୁଆ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚମ୍ପୁଆ ସ୍ଥିତ ସ୍ବାଗତ ଲଜ୍ ସଭାଗୃହ ଠାରେ ଆୟୋଜିତ ବୈଠକରେ ନିକଟରେ ବିଜେଡ଼ି ଛାଡି କଂଗ୍ରେସ ଦଳରେ ଯୋଗ ଦେଇଥିବା କେନ୍ଦୁଝର ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଓ ତାଙ୍କ ସାଂସଦ ପତ୍ନୀ ଶକୁନ୍ତଳା ଲାଗୁରୀ ଯୋଗ ଦେଇଥିବାବେଳେ, ଏମାନଙ୍କ ଯୋଗ ଦାନ ଏବେ ସୁପ୍ତ ପ୍ରାୟ ଚମ୍ପୁଆ କଂଗ୍ରେସରେ ଏକ ସ୍ବତନ୍ତ୍ର ଉତ୍ସାହ ଆଣିଦେଇଛି। ପ୍ରସ୍ତୁତି ବୈଠକ ପୂର୍ବରୁ ଉପସ୍ଥିତ କଂଗ୍ରେସ କର୍ମୀମାନେ ଦୁଇ ନେତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ତାଙ୍କର ନେତୃତ୍ବରେ ଦଳ ନିର୍ବାଚନ ଲଢ଼ିବାକୁ ସହମତି ପ୍ରକାଶ ପାଇଥିଲା । ଦଳ ଆଗାମୀ ବିଧାନସଭା ନିର୍ବାଚନରେ କିଭଳି ରଣ କୌଶଳ ଆରମ୍ଭ କରିବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ କଂଗ୍ରେସ ନେତା ଓ କର୍ମୀ । ବୈଠକ କାର୍ଯ୍ୟକ୍ରମରେ ଚମ୍ପୁଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିବାବେଳେ, ଶୀଘ୍ର ଦଳ ପ୍ରତି ଘରକୁ ଯାଇ ଲୋକଙ୍କ ନିକଟତର ହେବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

Show More

Related Articles

Back to top button