କେନ୍ଦୁଝରଜିଲ୍ଲା

କେନ୍ଦୁଝର ଜେଲ୍ ପରିସରରେ ବିଚାରାଧିନ କଏଦୀର ଆତ୍ମହତ୍ୟା ଉଦ୍ୟମ; କାରଣ ଅସ୍ପଷ୍ଟ ।

କେନ୍ଦୁଝର/୨୨/୦୩ –  କେନ୍ଦୁଝର ଜିଲ୍ଲା କାରାଗାର ପରିସରରେ ଜଣେ ବିଚାରାଧିନ ବନ୍ଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ନାମ ଅଜୟ ଦାସ ଏବଂ ତାଙ୍କ ଘର ସଦର ଥାନା ଅନ୍ତର୍ଗତ କାଠବାରି ପଂଚାୟତର ବୋଧବାହାଳି ଗ୍ରାମରେ । ସେ ଏକ ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ଗତ ୧୧ ମାସ ହେବ କେନ୍ଦୁଝର ଜେଲରେ ବିଚାରାଧିନ ବନ୍ଦୀ ଭାବେ ରହିଥିଲେ । ଆଜି ଅପରାହ୍ନରେ ଜେଲ୍ ପରିସରର ମଧ୍ୟରେ ବେକରେ ଗାମୁଛା ଦେଇ ପାଇଖାନା ଟାଙ୍କିରେ ସଂଯୋଗ ଥିବା ଏକ ପାଇପରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଜେଲ୍ ୱାର୍ଡର ଦେଖିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପୁରୁଷ ଭେଷଜ ୱାର୍ଡରେ ଭିର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଜେଲ୍ ଭିତରେ ସୁରକ୍ଷାରେ ଅବହେଳା ପାଇଁ ଅଘଟଣ ଘଟିଛି ନା ଅନ୍ୟ କେଉଁ କାରଣରୁ ଏହା ଘଟିଛି ତାହା ତଦନ୍ତ ହେଲେ ଜଣାପଡିବ। ଜେଲ୍ ପରିସରରେ ଲାଗିଥିବା ସିସିଟିଭି ଯାଂଚ କଲେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି କୁହାଯାଉଛି ।

Show More

Related Articles

Back to top button