ରାଜନୀତି

ଏକାକୀ ଲଢିବା ନେଇ ସୂଚନା ପରେ ବଡ଼ବିଲ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ।

ପରସ୍ପରକୁ ରଙ୍ଗ ଅବିର ବୋଳି ଆତସବାଜି କରିବା ସହ ଲଡୁ ଖୁଆଇ ସେଲିବ୍ରେସନ କଲେ ବିଜେପି କର୍ମୀ ।

ବଡ଼ବିଲ/୨୨/୦୩ – ସମ୍ଭାବ୍ୟ ମେଣ୍ଟ କୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମାଜିକ ଗଣ ମାଧ୍ୟମ ଏକ୍ସ ରେ ସୂଚନା ଦେବାପରେ ଚମ୍ପୁଆ ବିଧାନସଭା କ୍ଷେତ୍ର, ବଡବିଲ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ରାଜ୍ୟର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନ ସଭା ଆସନରେ ବିଜେପି ଏକାକୀ ଲଢିବା କଥା ଉଲ୍ଲେଖ କରିଥିଲେ ମନମୋହନ। ସାରା ରାଜ୍ୟରେ ମେଣ୍ଟ ଚର୍ଚ୍ଚା ନେଇ ଏକ ପ୍ରକାର ବିରାମ ଲାଗିଥିବା ବେଳେ, ରାଜ୍ୟ ସଭାପତିଙ୍କ ଏହି ପୋଷ୍ଟ  କର୍ମୀଙ୍କ ମଧ୍ୟରେ ନୂଆ ଯୋଶ୍ ଭରିଦେଇଛି । 

ବଡ଼ବିଲ ନଗର ବିଜେପି ପକ୍ଷରୁ ଆଜି ସନ୍ଧ୍ୟାରେ ସେଲିବ୍ରେସନ କରାଯାଇଛି । ସତେ ଯେମିତି ହୋଲି ଆଉ ଦିୱାଲୀ ସେମାନଙ୍କ ପାଇଁ ଏକା ବେଳକେ ଆସିଯାଇଛି । ବିଜେପି କର୍ମକର୍ତ୍ତା, ପରସ୍ପରକୁ ରଙ୍ଗ ଅବିର ବୋଳି ଆତସବାଜି କରିବା ସହ ଲଡୁ ଖୁଆଇ ଖୁବ୍ ନାରବାଜି କରୁଥିବା ଦେଖିବାକୁ ମିଳିଛି । ଆଗାମୀ ନିର୍ବାଚନରେ ବିଜେପି କେନ୍ଦୁଝର ଲୋକସଭା ଆସନ ସହ ଚମ୍ପୁଆ ବିଧାନସଭା ଆସନ ଏବଂ ଜିଲ୍ଲାର ଅନ୍ୟ ବିଧାନସଭା ସିଟ୍ ଗୁଡ଼ିକରେ ବିଜୟଲାଭ କରିବ ବୋଲି କର୍ମୀ କହିଛନ୍ତି ।

ଚମ୍ପୁଆ ବିଧାନସଭା ଆସନରେ ବିଜେପିକୁ ଲଗାତାର ହାର୍ ର ସାମ୍ନା କରିବାକୁ ପଡ଼ୁଥିବା ବେଳେ, ଏଥର କିନ୍ତୁ ନିଶ୍ଚିତ ବିଜୟ ଲାଭ କରିବ ବୋଲି ବିଜେପି ଆଶା ରଖିଛି । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ୮୯,୫୨୫ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିଲା ବେଳେ, ବିଜେପିର ମୁରଲୀ ଶର୍ମା ମୋଟ ୬୩,୧୧୭ ଖଣ୍ଡ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ ।

Show More

Related Articles

Back to top button