
ପାଟଣା/୨୨/୦୩ – ଆଗକୁ ସାଧାରଣ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ହେଲେ ପାଟଣା ନିର୍ବାଚନ ମଣ୍ଡଳୀର କିଛି ସ୍ଥାନରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ମଧ୍ୟ କିଛି ସ୍ଥାନରେ ପୋଷ୍ଟର ଉପରେ ପଲିଥିନ କିମ୍ବା କପଡ଼ା ଘୋଡ଼ଣୀ ଦିଆଯାଇଥିବା ଦେଖିବାପାଇଁ ମିଳିଥିବାବେଳେ, ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ବର ମନ୍ଦିରରେ ମନ୍ଦିରକୁ ସହାୟତା ପ୍ରଦାନ କରାଯାଇଥିବା ଏକ ଫଳକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟ ଦେଖିବାକୁ ମିଳିଛି । ଏଥିରେ ଘୋଡ଼ଣୀ ଦିଆଯାଇନାହିଁ । ସ୍ଥାନୀୟ ପ୍ରଶାସନର ଖାମ ଖିଆଲି ମନୋଭାବ ଯୋଗୁଁ ଏଠାରେ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲଙ୍ଘନ କରାଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି । ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ପାଟଣାବାସୀ ଦାବି ଜଣାଇଛନ୍ତି ।