
ପାଟଣା/୨୨/୦୩ – ୨୪ ବର୍ଷର ବିଜେଡି ଶାସନ ଓ ତା’ ଭିତରେ ୯ ବର୍ଷର ବିଜେଡି ବିଜେପି ମେଣ୍ଟ ଶାସନ ସମୟରେ ଯାହା ହୋଇନାହିଁ, ଆଗାମୀ ଦିନରେ କଂଗ୍ରେସ ଦଳ କରି ଦେଖାଇବ । ଦେଶ ଓ ରାଜ୍ୟ ବିକାଶରେ ବିଜେପି ଓ ବିଜେଡି ଭାଗୁଆଳି ଶାସନ ପ୍ରତିବନ୍ଧକ ସାଜିଛି । ଦେଶରେ କଂଗ୍ରେସ ଦଳ ହିଁ ସ୍ଥିର ଶାସନ ଦେଇପାରିବ ବୋଲି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା କହିଛନ୍ତି l ଆଜି ପାଟଣା ଓ ସାହାରପଡା ବ୍ଲକ କଂଗ୍ରେସ କମିଟି ମିଳିତ ଭାବେ ପାଟଣା ବ୍ଲକ ପୁଣ୍ୟତୋୟା ବୈତରଣୀ ନଦୀକୂଳରେ କଂଗ୍ରେସ କର୍ମୀମାନଙ୍କୁ ନେଇ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାହାରପଡା ବ୍ଲକ କଂଗ୍ରେସ ସଭାପତି ମକୁନ୍ଦ ମହାନ୍ତ ସ୍ୱାଗତ ଭାଷଣ ଦେବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବର୍ତମାନ ଦେଶରେ ଅରାଜକତା, ଆତଙ୍କରାଜ, ଲୁଣ୍ଠନ, ଅତ୍ୟାଚାର, ଧର୍ଷଣ ଦିନକୁ ଦିନ ବଢିଚାଲିଛି । ଏକଛତ୍ରବାଦ ଶାସନ ଆଗାମୀ ଦିନରେ ଜନସାଧାରଣ ବରଦାସ୍ତ କରିବେ ନାହିଁ । କଂଗ୍ରେସର ୧୦ ଗ୍ୟାରେଣ୍ଟି ଏବଂ ୫ ଟି ନ୍ୟାୟ ଯଥା ଯୁବ ନ୍ୟାୟ, ନାରୀ ନ୍ୟାୟ, କୃଷି ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରି ନ୍ୟାୟ ପାଇଁ ଲଢ଼େଇ ଆବଶ୍ୟକ ।l ଏଥିରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ହୃଷିକେଶ ନାଏକ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ ପାଟଣା ବ୍ଲକ ଅଧକ୍ଷ ବିଦ୍ୟାଧର ଦାଶ, ଜ଼ିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ କଂଗ୍ରେସ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ପଛୁଆବର୍ଗ କଂଗ୍ରେସ ସଭାପତି ଯଦୁମଣି ବାରିକ, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମଣ ଦାଶ, ଜ଼ିଲ୍ଲା କଂଗ୍ରେସ ଉପସଭାପତି ଗୌରହରି ନାଏକ, କଂଗ୍ରେସ ନେତା କୈଳାଶ ଚନ୍ଦ୍ର ବାରିକ, ଶିବ କୁମାର ବେହେରା, ଜ୍ଞାନରଞ୍ଜନ ମିଶ୍ର, ବିଦ୍ୟାଧର ସିଂହ, ସରୋଜ ବାଘେଲ ବାବୁ, ଗୌରହରି ଦାସ, ନିତ୍ୟାନନ୍ଦ ତରେଇ, ସାରଥୀ ମୁଦୁଲି, ବିଜୟ ସେନାପତି, ବେଣୁଧର ନାଏକ, ଲକ୍ଷ୍ମୀପ୍ରିୟା ନାଏକ, ଦାମୋଦର ନାଏକ, ପଙ୍କଜିନୀ ମହାନ୍ତ, ରାଜକୁମାରୀ ନାଏକ, ୟସବନ୍ତ ମହାନ୍ତ ଉପସ୍ଥିତ ଥିବାବେଳେ ଜ଼ିଲ୍ଲା କଂଗ୍ରେସ ସେବାଦଳ ଅଧକ୍ଷ ବୀରଭଦ୍ର ମହାନ୍ତ ଧନ୍ୟବାଦ ଦେଇଥିଲେ l