
ଚମ୍ପୁଆ/୨୨/୦୩ – ଚମ୍ପୁଆ ଏନଏସିର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇଛନ୍ତି । ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ ଚୌଧୁରୀଙ୍କ ଅନ୍ୟତ୍ର ବଦଳି ପରେ ଏହି ପଦବୀଟି ଖାଲି ପଡିଥିଲାବେଳେ, ଚମ୍ପୁଆ ରାଜସ୍ବ ଅଧିକାରୀ ଫୁଲରାଇ ବେଶ୍ରା ଏହାର ଅତିରିକ୍ତ ଦାୟିତ୍ଵ ତୁଲାଇ ଆସୁଥିଲେ । ଆଜି ଶ୍ରୀ ପ୍ରଧାନ ଯୋଗ ଦେବା ପରେ ଭାରପ୍ରାପ୍ତ କାର୍ଯ୍ୟ ନିବାହୀ ଅଧିକାରୀ ଫୁଲରାଇ ବେଶ୍ରାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି। ଅନିରୁଦ୍ଧ ପ୍ରଧାନ ଏହା ପୂର୍ବରୁ କଟକ ଠାରେ ମତ୍ସ୍ୟ ବିଭାଗରେ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଆଜି ତାଙ୍କର ଯୋଗଦାନ ପରେ ଏନଏସି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି।
