କେନ୍ଦୁଝରଜିଲ୍ଲା

ଦୁଇଟି ଟ୍ରକ୍, ଗୋଟିଏ ନମ୍ବର; କିଏ ଅସଲ କିଏ ନକଲ, ପୋଲିସ୍ କରୁଛି ତଦନ୍ତ ।

ପାଟଣା/୨୧/୦୩ – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସ୍ ଆଜି ଅପରାହ୍ନ ରେ ସମାନ ନମ୍ବର ଥିବା ଦୁଇଟି ଗାଡିକୁ ଜବତ୍ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ଜେ,ସି,ବି ମେସିନ ସରଞ୍ଜାମ ବୋଝେଇ କରି WB 11 D 0546 ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ କଲିକତାରୁ ରାୟପୁରକୁ ଅଭିମୁଖେ ଯାଉଥିଲା । ଏହି ଟ୍ରକର ଡ୍ରାଇଭର ଜାହାଙ୍ଗିର ଆନସାରୀ ତୁରୁମୁଙ୍ଗା ବଜାର ଉପରେ ଗାଡି ଛିଡାକରି ଜଳଖିଆ ଖାଇବା ସମୟରେ ସମାନ ନମ୍ବର ଥିବା ଆଉ ଏକ ଦଶ ଚକିଆ ଟ୍ରକକୁ ସେଠାରେ ଦେଖିବାକୁ ପାଇଥିଲେ । ଏକା ନମ୍ବର ଥିବା ଟ୍ରକ ଦେଖି ତାଙ୍କୁ ସନ୍ଦେହ ହୋଇଥିଲା । ଏନେଇ ସେ ନିଜର ଟ୍ରକ୍ ମାଲିକ ବାବୁଲାଲ ଶର୍ମାଙ୍କୁ ଜଣାଇଥିଲେ । ତେବେ ମାଲିକ ତାଙ୍କୁ ତୁରନ୍ତ ଥାନାରେ ଅଭିଯୋଗ କରିବାକୁ କହିବା ପରେ ଡ୍ରାଇଭର ଜାହାଙ୍ଗିର ଆନସାରୀ ତୁରୁମୁଙ୍ଗା ଥାନାରେ ଜଣାଇଥିଲେ। ସୂଚନା ପାଇବାପରେ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଟ୍ରକଟିକୁ କରିଛି । ଜବତ୍ ହୋଇଥିବା ଟ୍ରକଟି ମହାରାଷ୍ଟ୍ରରୁ ତରଭୁଜ ବୋଝେଇ କରି କଲିକତାକୁ ନେଉଥିବା ଜଣାପଡ଼ିଛି। ତେବେ ତଦନ୍ତ ସମୟରେ ଦୁଇଟି ଟ୍ରକର ଫାଷ୍ଟଟାଗ ଏକାଉଣ୍ଟ ଭିନ୍ନ ଭିନ୍ନ ବ୍ୟାଙ୍କର ଥିବା ଜଣା ପଡିଥିଲା । ତେବେ ତରଭୁଜ ଗାଡିରେ ଅନ୍ୟ କୌଣସି ଚୋରା ଜିନିଷ ଯାଉଥିବା ପୁଲିସ ସନ୍ଦେହକରି  ପାଟଣା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଗାଡିରୁ ସବୁତକ ତରଭୁଜକୁ ଖାଲି କରି ଯାଞ୍ଚ କରିବା ସହ ସଂପୃକ୍ତ ଟ୍ରକ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଜାରୀ ରଖିଛି ।

Show More

Related Articles

Back to top button