କେନ୍ଦୁଝରଜିଲ୍ଲା

ମନ ଜିଣୁଛି ରେଡିଓ ଜୁହାର ର ‘ଚାଷ ଦୁନିଆ’ କାର୍ଯ୍ୟକ୍ରମ ।

ପାଟଣା/୨୧/୦୩ – କେନ୍ଦୁଝର ଜିଲ୍ଲାର ଲୋକପ୍ରିୟ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଜୁହାର ର “ଚାଷ ଦୁନିଆ” କାର୍ଯ୍ୟକ୍ରମ ଦିନକୁ ଦିନ ଲୋକପ୍ରିୟତା ହାସଲ କରିଚାଲିଛି। ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଚାଷ ଦୁନିଆ ଅନେକ ଉପାଦେୟ ହୋଇପାରିଛି । ଏହି ସୂଚନା ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷ ସମ୍ପର୍କିତ ପାଣିପାଗ ସୂଚନା, ରୋଗ ପୋକ ନିୟନ୍ତ୍ରଣର ଉପାୟ , ଛେଳି, କୁକୁଡ଼ା ଓ ଗୋପାଳନ ସମ୍ବନ୍ଧୀୟ ସୂଚନା ଏବଂ କେଉଁ ସମୟରେ କେଉଁ ଫୁଲ, ଫଳ ଓ ପନିପରିବାରେ କେଉଁ ସାର ପ୍ରୟୋଗ କରି ଚାଷୀ ଭାଇ ଭଉଣୀମାନେ ଅଧିକ ଲାଭପ୍ରଦ ହୋଇପାରିବେ ସେ ସମ୍ବନ୍ଧୀୟ ସୂଚନା ଦ୍ଵାରା ଅନେକାଂଶ ରେ ଚାଷୀ ଭାଇ ଭଉଣୀମାନେ ଉପକୃତ ହେଉଛନ୍ତି। ଏତଦ୍ ବ୍ୟତୀତ ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର, କେନ୍ଦୁଝରର ଅଭିଜ୍ଞ ବୈଜ୍ଞାନିକ ମାନଙ୍କର ମାର୍ଗଦର୍ଶନ ଫଳରେ ଚାଷୀ ଭାଇ ଭଉଣୀମାନେ ଚାଷକୁ ଅଧିକ ଅମଳକ୍ଷମ କରିବା ସହିତ ଅଧିକ ଲlଭବlନ୍ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିବାରେ ଲାଗିଛି ।

Show More

Related Articles

Back to top button