କେନ୍ଦୁଝରଜିଲ୍ଲା

ଦୁଇ ବାଇକ୍ ମଧ୍ୟରେ ମୁହଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର ।

ତେଲକୋଇ/୨୧/୦୩ – କେନ୍ଦୁଝର ଜିଲ୍ଲା, ତେଲକୋଇ ଥାନା ଅନ୍ତର୍ଗତ କେନ୍ଦୁଲିପି କାର୍ୟ୍ୟାଳୟ ନିକଟ ହନୁମନ୍ତିଆ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,; ଜଣେ ମୃତ ଜଣେ ଗୁରୁତର । ସୂଚନା ଅନୁଯାୟୀ ନୂଆଗଡ ଗାଁ ମଣ୍ଡେଇ ସାହିର ଶ୍ରୀକାନ୍ତ ମୁଣ୍ଡା ତେଲକୋଇ ପଟୁ ଏକ ବାଇକ ଯୋଗେ ଯାଉଥିବା ସମୟରେ ଅପରପଟରୁ ଆଉ ଏକ ବାଇକ ଦୃତଗତିରେ ଆସୁଥିବାବେଳେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା,  ଫଳରେ ଘଟଣା ସ୍ଥଳରେ ଶ୍ରୀକାନ୍ତ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ତେଲକୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଥିବାବେଳେ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି।

Show More

Related Articles

Back to top button