
ଅପରାଧ
ଭିଜିଲାନ୍ସ ପଞ୍ଝାରେ ରିଆମାଳ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସୁସ୍ମିତା ସେଠୀ l
ଦେବଗଡ଼/୨୧/୦୩ – ଭିଜିଲାନ୍ସ ପଞ୍ଝାରେ ରିଆମାଳ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସୁସ୍ମିତା ସେଠୀ । ଜଣେ କୁକୁଡ଼ା ଚାଷୀଙ୍କ ଫାର୍ମର ବିଦ୍ୟୁତ ସଂଯୋଗ ଓ ସବସିଡି ଅର୍ଥ ରିଲିଜ ବାବଦରେ ନିର୍ମାଣ କାର୍ଯ୍ୟର ସବସିଡି ବିଲ୍ ରିଲିଜ୍ ପାଇଁ ସମ୍ପତ୍ତି ସତ୍ୟାପନ ରିପୋର୍ଟ ଦାଖଲ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୋଗକାରୀ ରିଆମାଳ ବ୍ଲକ ତେଲିମୁଣ୍ଡା ଗ୍ରାମର ସଚ୍ଚିଦାନନ୍ଦ ସାହୁ । ଭିଜିଲାନ୍ସ
ଡ଼ିଏସପି ଯୋଗେଶ ପଟେଲଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା । ଏ ସଂପର୍କରେ, ରାଉରକେଲା ଭିଜିଲାନ୍ସ ଥାନା କେସ୍ ନଂ ୦୫/୨୦୨୫, ଅନୁଭାଗ ୭ ପି.ସି. (ସଂଶୋଧନ) ଅଧିନିୟମ, ୨୦୧୮ ପଞ୍ଜିକୃତ ହୋଇଛି। ଅନୁସନ୍ଧାନ ଚାଲିଛି।
