
ରାଜନୀତି
ଶଙ୍ଖ ଧରିଲେ ଅଧିରାଜ ପାଣିଗ୍ରାହୀ
ଭୁବନେଶ୍ୱର/୨୦/୦୩ – ମଙ୍ଗଳବାର କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାପରେ ଆଜି ଶଙ୍ଖ ଧରିଛନ୍ତି ଅଧିରାଜ ପାଣିଗ୍ରାହୀ । ବିଜେଡିର ରାଜ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପ୍ରଣବ ପ୍ରକାଶ ଦାସ, ମାନସ ମଙ୍ଗରାଜ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ୨୦୧୪ ରେ ସେ ଖଡ଼ିଆଳ ଆସନରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ତେବେ ୨୦୧୯ ନିର୍ବାଚନରେ ବିଜେଡିର ଲମ୍ବୋଦର ନିଆଲଙ୍କୁ ପରାସ୍ତ କରି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।