ରାଜନୀତି

ରାଜ୍ୟ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡ଼ିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ।

ଭୁବନେଶ୍ୱର/୨୦/୦୩ – ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଅଦଳ ବଦଳ କରିବା କିଛି ନୂଆ କଥା ନୁହେଁ । ଆଗକୁ ସାଧାରଣ ନିର୍ବାଚନ। ଏମିତିରେ ସୁବିଧା ସୁଯୋଗ ଉଣ୍ଡି ବିଭିନ୍ନ ଦଳର ନେତା ଡିଆଁ ମାରୁଛନ୍ତି । ଆଗେ ଇସ୍ତଫା, ତା’ପରେ ମିଶ୍ରଣ ପର୍ବରେ ଯୋଗଦାନ ।

ମଙ୍ଗଳବାର ଖଡ଼ିଆଳର ବିଧାୟକ ଅଧିରାଜ ପାଣିଗ୍ରାହୀ ରାଜ୍ୟ କଂଗ୍ରେସର ଦଳରୁ ଇସ୍ତଫା ଦେଇଛନ୍ତି । ସେ  କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି। କଂଗ୍ରେସ ଦଳ ଦୀର୍ଘ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ଅଧିରାଜ । ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ଅଧିରାଜ ପାଣିଗ୍ରାହୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିର୍ବାଚନ ମଣ୍ଡଳୀର ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କଂଗ୍ରେସ ଛାଡିଥିବା କହିଛନ୍ତି ଅଧିରାଜ। 

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୨୦ ବୁଧବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜୁ ଜନତା ଦଳରେ ଅଧିରାଜ ଯୋଗ ଦେବାର ଆଲୋଚନା ହେଉଛି।

Show More

Related Articles

Back to top button