ମନୋରଞ୍ଜନ

ଏହି ବଲିଉଡ୍ ଅଭିନେତା ରାଜାମୌଲୀ ଏବଂ ମହେଶ ବାବୁଙ୍କ ୧୦୦୦ କୋଟି ଟଙ୍କାର ଫିଲ୍ମରେ ଭିଲେନ ଚରିତ୍ରରେ ଦେଖାଯିବେ ।

ମୁମ୍ବାଇ/୧୯/୦୩ – ତେଲୁଗୁ ସୁପରଷ୍ଟାର ମହେଶ ବାବୁ ତାଙ୍କର ଅପକମିଂ ଚଳଚ୍ଚିତ୍ର ପାଇଁ କାମ ଆରମ୍ଭ କରିଛନ୍ତି। ତାଙ୍କୁ ଖୁବ୍ ଶୀଘ୍ର ଏସ୍ଏସ୍ ରାଜାମୌଲୀଙ୍କ ୧୦୦୦ କୋଟି ଟଙ୍କା ବଜେଟର ଫିଲ୍ମରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସୁପରଷ୍ଟାର ମହେଶ ବାବୁଙ୍କ ବ୍ୟତୀତ ଚଳଚ୍ଚିତ୍ରର ଅନ୍ୟ କୌଣସି ଷ୍ଟାରଙ୍କ ନାଁ ପ୍ରକାଶ କରାଯାଇ ନାହିଁ। କିନ୍ତୁ ବଲିଉଡର ଜଣେ ବଡ଼ ଷ୍ଟାର ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ଏସ୍ ଏସ୍ ରାଜାମୌଲୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ  ଖବରରେ ରହିଛନ୍ତି । ୧୦୦୦ କୋଟି ଟଙ୍କାର ବଡ଼ ବଜେଟ୍ ସହିତ ଏହା ପ୍ରସ୍ତୁତ କରାଯାଉଛି । ମହେଶ ବାବୁ ମଧ୍ୟ ତାଙ୍କର ପରବର୍ତ୍ତୀ ଚିତ୍ର ଉପରେ କାମ ଆରମ୍ଭ କରିଦେଇଛନ୍ତି। ନିକଟରେ ପ୍ରକାଶ ପାଇଥିଲା ଯେ, ରାଜାମୌଲୀ ଏହି ପ୍ରୋଜେକ୍ଟ ପାଇଁ ଗୋଟିଏ ମଧ୍ୟ ଟଙ୍କା ନେଉନାହାଁନ୍ତି। ଚଳଚ୍ଚିତ୍ର ସମ୍ବନ୍ଧରେ ଅନେକ ପ୍ରକାରର ଅପଡେଟ୍ କ୍ରମାଗତ ଭାବରେ ପଦାକୁ ଆସୁଛି । ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ । କିନ୍ତୁ ଫିଲ୍ମ ଉପରେ କାମ ଆରମ୍ଭ ହୋଇସାରିଛି । ମହେଶ ବାବୁଙ୍କ ବ୍ୟତୀତ କାଷ୍ଟିଂ ବିଷୟରେ କହିବାକୁ ଗଲେ ଇଣ୍ଡୋନେସିଆର ଜଣେ ଅଭିନେତ୍ରୀ ଏବଂ ଦୀପିକା ପାଦୁକୋନଙ୍କ ନାମ ଏଥିରେ ଜଡିତ ରହିଛି, ଯାହା ଉପରେ ପରେ କୌଣସି ଅପଡଟ୍ ମିଳି ପାରିନାହିଁ । ବର୍ତ୍ତମାନ ଏକଥା ସାମ୍ନାକୁ ଆସିଛି ଯେ ଭିଲେନ୍ ଚରିତ୍ରରେ ଜଣେ ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଏସ୍ଏସ୍ ରାଜାମୌଲୀ ଅନେକ ଯୋଜନା କରୁଛନ୍ତି। ଜଙ୍ଗଲ ଆଡଭେଞ୍ଚର୍  ଉପରେ ଆଧାରିତ ଏହି ଫିଲ୍ମ ପାଇଁ ବଡ଼ ଧରଣର ପ୍ରସ୍ତୁତି ଚାଲିଛି। ଏଥିରେ ମହେଶ ବାବୁଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହେବାକୁ ସମୟ ଲାଗିବ, କିନ୍ତୁ ଚଳିତ ବର୍ଷ ସୁଟିଂ ଆରମ୍ଭ ହେବାର ଖବର ଆସୁଛି ।

୧୦୦୦ କୋଟିର ଚଳଚ୍ଚିତ୍ରରେ କିଏ ଭିଲେନ୍ ହେବ ?

ମହେଶ ବାବୁ ବର୍ତ୍ତମାନ ତାଙ୍କ ଲୁକ୍ ଉପରେ କାମ କରୁଛନ୍ତି।  କିଛି ସମୟ ପୂର୍ବରୁ ଏହା ପ୍ରକାଶ ପାଇଥିଲା ଯେ ରାଜାମୌଲୀ ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ଆଗରେ କିଛି ସର୍ତ୍ତ ରଖିଛନ୍ତି। ତେବେ ସବୁକିଛି ଗ୍ରହଣ କରିନେଇଛନ୍ତି ଫିଲ୍ମର ଅଭିନେତା । ଫିଲ୍ମ ପାଇଁ ସେ ବହୁତ ଉତ୍ସାହିତ ମଧ୍ଯ ଅଛନ୍ତି । SSMB29 ର ସୁଟିଂ ଚଳିତ ବର୍ଷ ଜୁନରେ ଶୁଭାରମ୍ଭ ହେବାକୁ ଯାଉଛି । ଏହି ଆକ୍ସନ୍ ଫିଲ୍ମଟି ସଂପୂର୍ଣ୍ଣ କରିବାକୁ ଅନ୍ୟୁନ ଦୁଇବର୍ଷ ଲାଗିପାରେ । ଏହି ସମୟରେ, ତେଲୁଗୁ 360 ନାମକ ଏକ ରିପୋର୍ଟ ବାହାରକୁ ଆସିଛି। ରିପୋର୍ଟ ଅନୁଯାୟୀ, ରାଜାମୌଲୀ ଫିଲ୍ମ ପାଇଁ ଜଣେ ଭିଲେନ୍ ଖୋଜୁଛନ୍ତି।

ଏହି ଭୂମିକା ପାଇଁ ଏସ୍ଏସ୍ ରାଜାମୌଲୀଙ୍କ ମନରେ ଅନେକ ନାମ ଅଛି । କିନ୍ତୁ ରିପୋର୍ଟ ଅନୁଯାୟୀ, ରାଜାମୌଲୀ ଅନୁଭବ କରୁଛନ୍ତି ଯେ ଏହି ଭୂମିକା ପାଇଁ ହ୍ରିତିକ ରୋଶନ ସବୁଠାରୁ ଉପଯୁକ୍ତ ହେବେ। ଯଦି ସବୁକିଛି ଠିକ ରହେ, ତେବେ ଖୁବ୍ ଶୀଘ୍ର ପ୍ରଶଂସକମାନେ ମହେଶ ବାବୁ ଏବଂ ହ୍ରିତିକ ରୋଶନଙ୍କୁ ଗୋଟିଏ ପରଦାରେ ଦେଖିବାକୁ ପାଇବେ ।

Show More
Back to top button