
ଜିଲ୍ଲା
ମାତିଛି ଗୋଠଛଡ଼ା ଦନ୍ତା ; ୪ଘର ଭାଙ୍ଗିଲା, ଧାନ ଚାଉଳ ଖାଇଗଲା ।

ପାଟଣା/୧୮/୦୩ – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜକୁ ରବିବାର ରାତିରେ ଏକ ଗୋଠଛଡ଼ା ଦନ୍ତା ପ୍ରବେଶ।କରି ପାଟଣା ଓ ସାହାରପଡ଼ା ସେକ୍ସନ ଅଞ୍ଚଳରେ ଆତଙ୍କ ଖେଳାଇ ୪ ଜଣଙ୍କ ଘର ଭାଙ୍ଗିଦେଇଛି। ରବିବାର ରାତିରେ ଏହି ଗୋଠଛଡ଼ା ଦନ୍ତାଟି ଘଟଗାଁ ରେଞ୍ଜରୁ ଆସି ପାଟଣା ରେଞ୍ଜର ଗୋବାରାବେଡ଼ା ଜଙ୍ଗଲରେ ପ୍ରବେଶ କରି ଲେଖେନା ଗ୍ରାମର ରାଜ କିଶୋର ମୁଣ୍ଡାଙ୍କ ଖପର ଘର ଭାଙ୍ଗି ଦେଇଥିବାବେଳେ, ସାହାରପଡ଼ା ସେକ୍ସନ ରାଇଡିହା ବିଟ୍ ଭାଲିଆଡାଳ ଗ୍ରାମର ଦେବେନ୍ଦ୍ର ଦଳଦଶିଆଙ୍କ ଆଜବେଷ୍ଟ ଘର, ବାଞ୍ଚା ଦଳଦଶିଆଙ୍କ ଟାଇଲ ଘର କାନ୍ଥ ଓ ଜର୍ମାନ ଦଳଦଶିଆଙ୍କ ଖପରଘର ଭାଙ୍ଗି ଦେଇଛି। ଖବର ଲେଖା ହେବାଯାଏଁ ଏହି ଦନ୍ତାଟି ସାହାରପଡ଼ା ସେକ୍ସନ ପୁରୁଣା ପାଣି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ଜଣାପଡ଼ିଛି ।
