ରାଜ୍ୟ

ଉଲିବୁରୁ ଖଣି ମହାଦୁର୍ନୀତି ମାମଲା ; ଗୁପ୍ତା ଭାଇଙ୍କୁ ଜେରା କରୁଛି ଇଡି ।

ଭୁବନେଶ୍ବର/୧୮/୦୩ – ୧୮ଶହ କୋଟି ଟଙ୍କାର ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ କାର୍ପଟଦାର ଦୀପକ ଗୁପ୍ତା ଓ ତାଙ୍କ ସାନ ଭାଇ ଚମ୍ପକ ଗୁପ୍ତା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଦୁଇ ଭାଇଙ୍କୁ ଖଣି ଦୁର୍ନୀତି ମାମଲାରେ ଜେରା କରୁଛି ପ୍ରବର୍ତ୍ତନ ଇଡି । ଖଣି ଦୁର୍ନୀତି ସଂପର୍କୀତ ଅର୍ଥ ହେରଫେର ମାମଲାରେ ମାରାଥନ ପ୍ରଶ୍ନ ପଚାରୁଛନ୍ତି ଇଡି ର ସ୍ଵତନ୍ତ୍ର ଟିମ୍। ଦୀପକ ଗୁପ୍ତା ଉଲିବୁରୁ ଖଣିର ପାୱାର ଅଫ୍ ଆଟର୍ଣ୍ଣି ନେଇ ରିଜର୍ଭ ଜଙ୍ଗଲରୁ ବେଆଇନ ଭାବରେ ଖଣିଜ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଥିଲା।

ଏହି ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଚ୍ଚ ୧ ତାରିଖରେ ଦୀପକ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ ସ୍ନେହପୁରୁଷ ମାର୍କେଟିଂ ପ୍ରା. ଲିମିଟେଡର ଭୁବନେଶ୍ବର, ରାଉରକେଲା, ବଡ଼ବିଲ ଏବଂ କୋଲକାତାର ୧୨ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଇଡି । ସର୍ଚ୍ଚ ଅପରେସନ ସମୟରେ ୩୦ ଲକ୍ଷ ଟଙ୍କା ୧ କୋଟି ୨୪ ଲକ୍ଷ ଟଙ୍କା ମୂଲ୍ୟର ୨ କିଲୋଗ୍ରାମ ସୁନା, ଭଲଭୋ କାର, ଡିଜିଟାଲ ଉପକରଣ ଏବଂ ଗୁରୁତ୍ୱପୂର୍ଣ୍ଣ ଦଲିଲ ଜବତ କରିଥିଲା । ଏଥିସହ କମ୍ପାନୀଗୁଡିକର ନିର୍ଦ୍ଦେଶକଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧ କୋଟି ୨୩ ଲକ୍ଷ ଟଙ୍କାର ବାଲାନ୍ସ ଫ୍ରିଜ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Show More

Related Articles

Back to top button