ଜିଲ୍ଲା

ହମ୍ପସ ନେଲା ଜୀବନ ; ବାଇକରୁ ଖସିପଡ଼ି ମହିଳା ମୃତ ।

ଚମ୍ପୁଆ/୧୮/୦୩ – ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସମ୍ମୁଖରେ ବାଇକରୁ ଖସିପଡ଼ିବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ଯୁ ଘଟିଛି । ମୃତକ ବାରିଆ ଥାନା ଅନ୍ତର୍ଗତ ବାରହାପଶି ଗ୍ରାମର ଲକ୍ଷ୍ମୀକାନ୍ତ ମହାନ୍ତଙ୍କ ସ୍ତ୍ରୀ ଚାଇନା ମହାନ୍ତ । ଲକ୍ଷ୍ମୀକାନ୍ତ ଓ ତାଙ୍କ ସ୍ତ୍ରୀ ଚାଇନା ଆଜି ସକାଳ ସମୟରେ ଏକ ବାଇକ ଯୋଗେ ପରିବା ବିକ୍ରି କରିବା ପାଇଁ ଚମ୍ପୁଆ ଡେଲି ମାର୍କେଟକୁ ଆସୁଥିଲେ ।  ତେବେ ଚମ୍ପୁଆ ଚନ୍ଦ୍ରଶେଖର କଲେଜ ସମ୍ମୁଖରେ ଥିବା ହମ୍ପସରେ ଭାରସାମ୍ୟ ହରାଇବା ଫଳରେ ପଛରେ ବସିଥିବା ଚାଇନା ମହାନ୍ତ ବାଇକରୁ ତଳକୁ ଖସିପଡ଼ିଥିଲେ, ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ୱାମୀ ଲକ୍ଷ୍ମୀକାନ୍ତ, ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଚମ୍ପୁଆ ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ,  ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ  କରାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button