
ଚମ୍ପୁଆ/୧୮/୦୩ – ପତ୍ନୀହନ୍ତାକୁ ୫ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ଅଧିକ ଦୁଇମାସ ଜେଲ୍ । ୨୦୨୦ ମସିହାରେ ଯୋଡ଼ା ଥାନା ସହୀଦ ନଗର, ମହାବୀର ଛକରେ ସ୍ତ୍ରୀକୁ ହତ୍ୟା ଘଟଣାର ବିଚାର କରି ଆଜି ଏହି ରାୟ ଶୁଣାଇଛନ୍ତି ଚମ୍ପୁଆ ଏଡିଜେ ସରୋଜ କୁମାର ଦାସ । ପାରିବାରିକ ଗଣ୍ଡଗୋଳରୁ କାରଣରୁ ଗତ ୨୭/୦୯/୨୦୨୦ ଦିନ ଦ୍ଵି ପହର ସମୟରେ କମଲେଶ ଯାଦବ ନାମକ ବ୍ୟକ୍ତି ତାଙ୍କର ତିନିଜଣ ନାବାଳିକା ନାତୁଣୀଙ୍କ ସାମ୍ନାରେ ନିଜ ସ୍ତ୍ରୀ ଶାନ୍ତି ଦେବୀଙ୍କ ମୁଣ୍ଡକୁ ଫୁଙ୍କନଳୀରେ ପିଟି ପିଟି ହତ୍ୟା କରିଥିଲେ । ୧୬ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପ୍ରମାଣକୁ ଭିତ୍ତି କରି ଆଜି ଏହି ରାୟ ପ୍ରକାଶ ପାଇଛି ।
