କେନ୍ଦୁଝରଜିଲ୍ଲା

ଯାତ୍ରୀବାହୀ ବସ୍ ସହ ଟ୍ରେଲର ଧକ୍କା , ୧୦ରୁ ଅଧିକ ଆହତ ।

ବଡ଼ବିଲ/୧୬/୦୩ – ଯାତ୍ରୀବାହୀ ବସ୍ ସହ ଟ୍ରେଲର ଧକ୍କା , ୧୦ ରୁ ଅଧିକ ଆହତ । ବଡ଼ବିଲ ଥାନା, ଏନ୍ ଏଚ୍ ୫୨୦ ଭଦ୍ରାସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ମଧ୍ୟାହ୍ନ ସମୟରେ ବୈଷ୍ଣଦେବୀ ନାମକ ଯାତ୍ରୀବାହୀ ବସ୍ ଯୋଡ଼ାରୁ ବଡ଼ବିଲ ଅଭିମୁଖେ ଆସୁଥିଲା । ତେବେ ବସଟି ରୋଇଡ଼ା ଛକ ଠାରୁ ରାସ୍ତାର ବାମ ପାର୍ଶ୍ୱରେ ନଯାଇ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ଅର୍ଥାତ୍ ଏନ୍ ଏଚ୍ ରେ ରଙ୍ଗ ରୁଟରେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ପରେ ଉଭୟ ଟ୍ରେଲର ଓ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଟାୟାର ପଙ୍କଚର ଦୋକାନକୁ ମାଡ଼ିଯାଇଥିଲେ । ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ ୧୦ରୁ ଅଧି ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବଡ଼ବିଲ ମେଡ଼ିକାଲକୁ ନିଆଯାଇଛି । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ଓ ପରିବହନ ବିଭାଗ ଅଧିକାରୀ ପହଞ୍ଚିଛନ୍ତି । ତେବେ ବଡ଼ବିଲ ସହରକୁ ସକାଳ ୮ ଟା ଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଭାରି ଯାନ ଗୁଡ଼ିକ ପାଇଁ ନୋ ଏଣ୍ଟ୍ରି ରହୁଥିବା କାରଣରୁ ଏନ୍ ଏଚ୍ ୫୨୦ ଭାଦ୍ରାସାହି ଛକ ନିକଟରେ ବହୁ ସଂଖ୍ୟାରେ ଟ୍ରେଲର ଓ ଟ୍ରକ୍ ଗୁଡ଼ିକ ରାସ୍ତା କଡ଼ରେ ଛିଡ଼ା କରିଥାଆନ୍ତି, ଯାହାଫଳରେ ରାସ୍ତା ଜାମ୍ ଲାଗିଥାଏ । ତେଣୁ ବସ୍ ହେଉ କିମ୍ବା ଚାରି ଚକିଆ ଯାନ, ଅଧିକାଂଶ ସମୟରେ ସେଗୁଡିକ ରଙ୍ଗ୍ ରୁଟରେ ଯିବାକୁ ବାଧ୍ୟ ହୁଅନ୍ତି ଓ ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ମଧ୍ୟ ହୋଇଥାଏ ।

Show More

Related Articles

Back to top button