
ଭୁବନେଶ୍ୱର/୧୫/୦୩ – ଶଙ୍ଖଛାଡ଼ି ପଦ୍ମ ଧରିଲେ ଓଲିଉଡ୍ ଅଭିନେତା ଅରିନ୍ଦମ୍ ରାୟ । ଶୁକ୍ରବାର, ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ବିଜେଡି ଦଳର ସାଧାରଣ ସମ୍ପାଦକ ପଦସହ ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେବାପରେ ବିଜେପିରେ ମିଶିଛନ୍ତି ଅରିନ୍ଦମ୍। ସନ୍ଧ୍ୟାରେ ଭାରତୀୟ ଜନତାପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ରାଜ୍ୟସଭାପତି ମନମହୋନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଅରିନ୍ଦମ୍ । ପୂର୍ବରୁ ଅରିନ୍ଦମ୍ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବାପରେ ବିଜେପିରେ ମିଶିବାନେଇ ଚର୍ଚ୍ଚା ଲାଗି ରହିଥିଲା ।