କେନ୍ଦୁଝରଜିଲ୍ଲା

ବର୍ଷେ ଗଲାନି, ଭାଙ୍ଗିଗଲା ସ୍କୁଲ ପାଚେରୀ

ଚମ୍ପୁଆ/୧୫/୦୩ – ବିଭିନ୍ନ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଠିକାଦାର ଓ ଅଧିକାରୀଙ୍କ ସଲାସୁତୁରା ଯୋଜନାର ସଫଳତା ଉପରେ ପ୍ରଶ୍ନ ଛିଡ଼ାକରୁଛି । ନିମ୍ନ ମାନର କାମହୋଇ ଯୋଜନା ସବୁ ଫେଲ ମାରୁଥିବାରୁ ଏହାକୁ ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାତହଳିଆ ପ୍ରାଥମିକ ବିଦ୍ୟାଳୟକୁ ଚମ୍ପୁଆ ବ୍ଲକ ସ୍ତରରୁ ଗତ ବର୍ଷ ଲକ୍ଷାଧିକ ଟଙ୍କା ଅନୁଦାନ ଦେଇ ବିଦ୍ୟାଳୟର ପାଚେରୀ ନିର୍ମାଣ କରାଯାଇଥିଲା । ତେବେ ଉକ୍ତ ପାଚେରୀ ନିର୍ମାଣର ବର୍ଷେ ନ ପୁରୁଣୁ ପାଚେରୀ ଧସି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତିରି ବୁଝାମଣାରେ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା  ଅଭିଯୋଗ ଆଣିବା ସହିତ ଏହା ଉପରେ ଉଚ୍ଚ କର୍ତ୍ତୃପକ୍ଷ ବିଧିବଦ୍ଧ ତଦନ୍ତକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Show More

Related Articles

Back to top button