ଅପରାଧକେନ୍ଦୁଝର

ଚମ୍ପୁଆରେ ଚୋରା କାଠପଟା ବୋଝେଇ ଟାଟା ମେଜିକ୍ ଜବତ, ଡ୍ରାଇଭର ଫେରାର ।

ଚମ୍ପୁଆ/୧୫/୦୩ – ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରୁ ଏକ କାଠପଟା ବୋଝେଇ ଟାଟା ମେଜିକ୍ ଗାଡ଼ିକୁ ଜବତ୍ କରିଛି ବନ ବିଭାଗ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚମ୍ପୁଆ ରେଞ୍ଜର ଅକ୍ଷୟ ଛାତ୍ରିଆଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର କର୍ମଚାରୀ, ତହସିଲ କାର୍ଯ୍ୟାଳୟ ନିକଟରୁ ଗାଡ଼ିଟିକୁ ଧରିବାରେ ସକ୍ଷମ ହୋଇଥିଲେ । ତେବେ ସୁଯୋଗ ଦେଖି ଗାଡ଼ିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଛି । ନାଲି ରଙ୍ଗର ଏହି ଟାଟା ଏସି ଗାଡ଼ିରେ ୫୧ ଖଣ୍ଡ କଷି କାଠପଟା ବୋଝେଇ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଝାଡ଼ଖଣ୍ଡ ରାମତୀର୍ଥ ଅଞ୍ଚଳରୁ ଚୋରା କାଠ ନେଇ ଏହି ଗାଡ଼ିଟି ଚମ୍ପୁଆକୁ ଆସିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ବନ ବିଭାଗ । 

Show More

Related Articles

Back to top button