ଅପରାଧବିଦେଶ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା ।

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା ।

ନୂଆଦିଲ୍ଲୀ/୧୭/୦୩ – ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା ।ସଦ୍ୟତମ ସୂଚନା ଅନୁଯାୟୀ, ବୋଷ୍ଟନ୍ ୟୁନିଭରସିଟିରେ ଇଞ୍ଜିନିୟରିଂ ପଢ଼ୁଥିବା ୨୦ ବର୍ଷୀୟ ଭାରତୀୟ ଛାତ୍ର ପାରୁଚୁରୀ ଅଭିଜିତଙ୍କୁ ହତ୍ୟା କରାଯାଇଛି। ଆକ୍ରମଣକାରୀ ହତ୍ୟା କରିବାପରେ ତାଙ୍କ ମୃତଦେହକୁ କାରରେ ଜଙ୍ଗଲ ଭିତରେ ଛାଡି ଦେଇଥିଲେ। ମୃତ ଛାତ୍ର, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ବାସିନ୍ଦା ପାରୁଚୁରୀ ଚକ୍ରଧର ଏବଂ ଶ୍ରୀଲକ୍ଷ୍ମୀଙ୍କ ଏକମାତ୍ର ପୁତ୍ର ଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ପାରୁଚୁରୀ ଅଭିଜିତ୍ ପିଲାଦିନରୁ ଜଣେ ପ୍ରତିଭାବାନ୍ ଛାତ୍ର ଥିଲେ। ତାଙ୍କ ପରିବାର ସଦସ୍ୟ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ, ପ୍ରଥମେ ତାଙ୍କ ମା’ ଚାହୁଁନଥିଲେ ଅଭିଜିତ ଅଧ୍ୟୟନ ପାଇଁ ବିଦେଶ ଯାଆନ୍ତୁ । କିନ୍ତୁ ପରେ ପରିବାରର ସହମତି କ୍ରମେ ତାଙ୍କୁ ଅଧ୍ୟୟନ ପାଇଁ ପଠାଯାଇଥିଲା।
ଏହି ରିପୋର୍ଟରେ କୁହାଯାଇଛି ଯେ, ହତ୍ୟାକାରୀମାନେ ଅଭିଜିତଙ୍କୁ ଟଙ୍କା ଏବଂ ଲାପଟପ ପାଇଁ ହତ୍ୟା କରିଥାଇପାରନ୍ତି। ବିଶ୍ୱବିଦ୍ୟାଳୟର ଅନ୍ୟ ଛାତ୍ରମାନଙ୍କ ସହିତ ତାଙ୍କର ଝଗଡ଼ା ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି ।କ୍ୟାମ୍ପସରେ ହୋଇଥିବା ହତ୍ୟା ଅନେକ ସନ୍ଦେହ ସୃଷ୍ଟି କରିଛି।  ଆମେରିକାର ସମସ୍ତ ଔପଚାରିକତା ଶେଷ କରିବାପରେ ତାଙ୍କ ମୃତଦେହକୁ ଗୁଣ୍ଟୁର ଜିଲ୍ଲାର ବୁରିପାଲେମକୁ ନିଆଯାଇଥିଲା। ଗତ କିଛି ମାସ ମଧ୍ୟରେ ଆମେରିକାରେ କ୍ରମାଗତ ଭାବେ ହତ୍ୟା ମାମଲା ରୁଜୁ ହୋଇଛି। ଜାନୁଆରୀ ମାସରେ, ଏକ ସପ୍ତାହ ମଧ୍ୟରେ ଆମେରିକାରେ ତିନି ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା। 

Show More

Related Articles

Back to top button