
ରାଜ୍ୟ
ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା ବିରଳ କଳା ବାଘ। କ୍ୟାମେରା ଟ୍ରାପ୍ରେ ଏହି କଳା କଲରା ପତରିଆ ବାଘର ଫଟୋ କଏଦ୍ ହୋଇଥିବାନେଇ ସୂଚନା ଦେଲେ ପିସିସିଏଫ୍ ।

ଭୁବନେଶ୍ଵର/୧୨/୦୩ – ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା ବିରଳ କଳା ବାଘ। କ୍ୟାମେରା ଟ୍ରାପ୍ରେ କଏଦ୍ ହୋଇଛି ଏହି କଳା କଲରା ପତରିଆ ବାଘର ଫଟୋ । ଏ ନେଇ ସୋସିଆଲ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ। ସେ ସୂଚନା ଦେଇଛନ୍ତି ଯେ, ୨୦୧୮ ରେ ସୁନ୍ଦରଗଡ଼ ଜଙ୍ଗଲରେ ବିରଳ କଳା ବାଘକୁ ଦେଖାଯାଇଥିଲା । ପୂର୍ବ ଥର ପରି ଏଥର ବି କ୍ୟାମେରାରେ କଏଦ ହୋଇଛି ଏହି କଳା ବାଘର ଫଟୋଚିତ୍ର । ତେବେ ଏଥର ବାଘ କେଉଁଠି ଦେଖିବାକୁ ମିଳିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ନଥିଲେ ବି ଏହା ସେହି କଳା ବାଘ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟାରେ ହିଁ କେବଳ ୧୦ଟି କଳା ଦାଗ ଥିବା ବାଘ ରହିଥିବା ନେଇ ଡିସେମ୍ବରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ସଂସଦରେ ସୂଚନା ଦେଇଥିଲେ।
