

ଚମ୍ପୁଆ/୧୭/୦୩ – ଚମ୍ପୁଆ ଥାନା,ଏନ୍ ଏଚ୍ ୫୨୦ ଆଙ୍ଗୁଳିଆ ନିକଟରେ ଦୁର୍ଘଟଣା, ସାଇକେଲ ଆରୋହୀଙ୍କୁ ଧକ୍କା ଦେବାପାରେ ଦୁଇ ପାଲଟାଖାଇ ଠିଆ ହୋଇଗଲା ହାଇୱା । ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ମୃତକ ସୁନ୍ଦରଗଡ଼ ଜିଲ୍ଲା, କୋଇଡ଼ା କାଦଡିହା ଅଞ୍ଚଳର ରୋହିତ ସିଂ ବୋଲି କୁହାଯାଉଛି । ଦୁର୍ଘଟଣା ଘଟାଇଥିବା ଓଡି ୦୯ ପି ୭୭୪୬ ନଂ ହାଇୱା ଡ଼୍ରାଇଭରକୁ ଧରି ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ସୂଚନା ପାଇ ଚମ୍ପୁଆ ପୋଲିସ୍ ଘଟଣା ସ୍ଥଳରେ ପହଁଚି ଡ୍ରାଇଭରକୁ ମୁକୁଳାଇ ରିମୁଳି ଫାଣ୍ଡିକୁ ନେଇଛି । ରାଜପଥରେ ବେପରୁଆ ଓ ଦ୍ରୁତ ଗତି ଗାଡ଼ି ଚାଳନା ଯୋଗୁଁ ଆଙ୍ଗୁଳିଆ, ତଡୁଆ ବାହାଳ ଆଦି ସ୍ଥାନରେ ବାରମ୍ବାର ଏହିପରି ସଡ଼କ ଦୁର୍ଘଟଣା ଘଟି ଅନେକଙ୍କ ଧନ ଜୀବନ ହାନୀ ଘଟୁଛି । ଆଜି ପୁଣି ଜଣଙ୍କ ଜୀବନ ଯାଇଛି, ଯାହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ରାଜପଥକୁ ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି । ଚମ୍ପୁଆ ପୋଲିସ୍ ଲୋକଙ୍କୁ ବୁଝାସୁଝା କରୁଛି ।
