
ରାଜ୍ୟ
ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର, ଆଇସିୟୁରେ ଭର୍ତ୍ତି ।

ଭୁବନେଶ୍ବର/୧୫/୦୩ – ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ବରରୁ ବରଗଡ଼ ଫେରିବାବେଳେ ରେଢାଖୋଲ ବିଲଡିହି ନିକଟରେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । ପ୍ରସନ୍ନଙ୍କ ସହ ତାଙ୍କ ପିଏସଓ ମଧ୍ୟ ଗୁରୁତର ହୋଇଥିବାବେଳେ ଡ୍ରାଇଭର ସାମାନ୍ୟ ଆହତ ଥିବା ସୂଚନା ମିଳିଛି । ସମ୍ବଲପରର ଏକ ଘରୋଇ ହସ୍ପିଟାଲରେ ପ୍ରସନ୍ନ ଏବଂ ତାଙ୍କ ପିଏସଓଙ୍କ ଚିକିତ୍ସା ଚାଲିଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ତାଙ୍କ ଶରୀରରେ ୩୬ଟି ଷ୍ଟିଚ୍ ପଡ଼ିଛି । ତାଙ୍କୁ ଏୟାର ଲିଫ୍ଟ ଯୋଗେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯିବା ପାଇଁ ଯୋଜନା ରହିଛି। ଦିନ ୧୨ଟା ବେଳକୁ ତାଙ୍କୁ ଭୁବନେଶ୍ବର ନିଆଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ତେବେ ପ୍ରସନ୍ନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
