
ନୂଆଦିଲ୍ଲୀ/୧୪/୦୩ – କମିଲା ପେଟ୍ରୋଲ ଓ ଡିଜେଲ ଦର । ନିର୍ବାଚନ ପୂର୍ବରୁ ତୈଳ ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଲିଟର ପିଛା ଦୁଇ ଟଙ୍କା କମ୍ କରାଯାଇଥିବା ନେଇ ସୋସିଆଲ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଶୁକ୍ରବାର ସକାଳ ୬ ଟା ରୁ ନୂତନ ଦର ଲାଗୁ ହେବ । ଏହାପୂର୍ବରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରନ୍ଧନ ଗ୍ୟାସ ମୂଲ୍ୟରେ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ଘୋଷଣା କରିଥିଲେ।