
ସାପ୍ତାହିକ ରାଶିଫଳ : ମାର୍ଚ୍ଚ ୧୮ ରୁ ମାର୍ଚ୍ଚ ୨୪ ତାରିଖ । ଜାଣନ୍ତୁ ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ଏହି ସପ୍ତାହରେ କାହାକୁ ମିଳିବ ସଫଳତା ।
ମେଷ
ଏହି ସପ୍ତାହ ଆପଣଙ୍କ ମଧ୍ୟମଫଳ ଲାଭ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଆପଣ ନିଜ ଜୀବନରେ ଆବଶ୍ୟକ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ ଯାହାକି ଆପଣଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ । ଏହା ମଧ୍ୟ ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ ସୃଜନଶୀଳ ଭାବରେ ଚିନ୍ତା କରିବାକୁ ସକ୍ଷମ କରିବ ।
ବୃଷ
ଆପଣଙ୍କ ପାଇଁ ଏହି ସପ୍ତାହଟି ବେଶ୍ ଲାଭଦାୟକ ହେବ । ଭ୍ରମଣ ଯୋଗ ସୃଷ୍ଟି ହେବ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। କାର୍ଯ୍ୟ କ୍ଷେତ୍ରରେ ଲାଭବାନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବାକୁ ସମର୍ଥ ହେବେ । ସାଧାରଣତଃ ଏହା ଆପଣଙ୍କ ଜୀବନରେ ଏକ ସକରାତ୍ମକ ପ୍ରଭାବ ପକାଇବାକୁ ଯାଉଛି ।
ମିଥୁନ
ଆପଣଙ୍କ ସମୟ ଏହି ସପ୍ତାହରେ ବହୁତ ଭଲ ରହିବ ।ସ୍ଥିରତା, ଆତ୍ମବିଶ୍ୱାସ ଏବଂ ଦକ୍ଷତା ବୃଦ୍ଧି ହେବ । ଦୂରଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହଯୋଗପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଲୋକଙ୍କ ସହିତ ସମ୍ପର୍କରେ ଉନ୍ନତି ଆସିବ ।
କର୍କଟ
ଏହି ସପ୍ତାହ ଆପଣଙ୍କ ପାଇଁ ଏକ ଅଦ୍ଭୁତ ସମୟ । ସୁସମ୍ବାଦ ପ୍ରାପ୍ତିହେବ । ନୂତନ ଜମିବାଡ଼ି କ୍ରୟ କରିପାରନ୍ତି। ସାମାଜିକ ପ୍ରତିଷ୍ଠା ଲାଭ ହେବ। ଜୀବନର ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାର ସକ୍ଷମ ହେବେ ।ବନ୍ଧୁବାନ୍ଧବଙ୍କ ଗହଣରେ ସମୟ କଟିବ।
ସିଂହ
ଏହି ସପ୍ତାହ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆପଣ ଜୀବନରେ ଆପଣଙ୍କ ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହେବେ । ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଏହି ସପ୍ତାହରେ ଆପଣଙ୍କ ପରିଶ୍ରମ ଫଳପ୍ରଦ ହେବ ।
କନ୍ୟା
ଆପଣଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ ରହିବ । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଶାନ୍ତି ଲାଭ ହେବ। ଯାନବାହନ ଜନିତ ସମସ୍ୟା ଦେଖାଦେଇପାରେ । କାର୍ଯ୍ୟଗୁଡ଼ିକୁ ଭଲ ଭାବରେ ସଂଗଠିତ କରିବାକୁ ଚେଷ୍ଟା କରନ୍ତୁ, ଅନ୍ୟଥା ଆପଣଙ୍କୁ ଶୀଘ୍ର ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ।
ତୁଳା
ଆପଣଙ୍କର କିଛି କାମ ଏହି ସପ୍ତାହରେ ଶେଷ ହେବାକୁ ଯାଉଛି। କେତେକାଂଶରେ ସଫଳତା ଲାଭ କରିବେ। ସାବଧାନତା ଅବଲମ୍ବନ କରନ୍ତୁ। ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ବ୍ୟୟ ଅଧିକ ହେବ। ଆପଣ ନିଜକୁ ସର୍ବୋତ୍ତମ ଉପାୟରେ ପ୍ରତିପାଦନ କରିବାକୁ ସମର୍ଥ ହେବେ ନାହିଁ ।
ବିଛା
ଏହି ସପ୍ତାହ ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଭଲ ସମୟ ରହିବ । ଆପଣ ଜୀବନରେ ବହୁତ ଭଲ କାମ କରିବେ ଏବଂ ଆତ୍ମସନ୍ତୋଷ ମଧ୍ୟ ହାସଲ କରିବେ । ଆପଣ ଆପଣଙ୍କର ପରିବାର ସଦସ୍ୟଙ୍କ ସହିତ ଭଲ ବୁଝାମଣା ରଖିବାରେ ସକ୍ଷମ ହେବେ ।
ଧନୁ
ଆପଣଙ୍କ ପାଇଁ ଏହି ସପ୍ତାହଟି ମିଶ୍ର ଫଳ ଦବ। କାରଣ ଆପଣ ନିଜ ଜୀବନକୁ ଭଲ ଭାବରେ ସନ୍ତୁଳିତ କରିବେ । ଏହା ଆପଣଙ୍କୁ ସଶକ୍ତ କରିବା ସହିତ ପରିପକ୍ୱ ବ୍ୟକ୍ତି ହେବାରେ ସାହାଯ୍ୟ କରିବ। ଅଯଥା ବିବାଦରେ ପଡ଼ିପାରନ୍ତି। ବାକ୍ ସଂଯମତା ରକ୍ଷା କରିବା ଉଚିତ୍।
ମକର
ଏହି ସପ୍ତାହ କାହା ସହ ଯୁକ୍ତିତର୍କ କରିବା ଭଲ ହେବ ନାହିଁ। ନଚେତ୍ ଆପଣ ଅନ୍ୟମାନଙ୍କ ଭାବନାକୁ ଆଘାତ କରିପାରନ୍ତି । ଆପଣ କଥାବାର୍ତ୍ତ କରିବାବେଳେ ବହୁତ ସତର୍କ ରୁହନ୍ତୁ । ଚିଡ଼ିଚିଡ଼ା ସ୍ବଭାବ ପରିଲକ୍ଷିତ ହେବ। ଅର୍ଥନୈତିକ ଅନିୟମିତତା ଦୂରୀଭୂତ ହେବ।
କୁମ୍ଭ
ଆପଣଙ୍କ ପାଇଁ ଏହି ସପ୍ତାହ ଉତ୍ସବମୁଖର ହେବାକୁ ଯାଉଛି। ଆପଣ ନିଜ ଜୀବନର ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ ରହିଛି । ଅନ୍ୟମାନେ ନିରାଶ କରିବାକୁ ଚେଷ୍ଟା କରିବେ । କର୍ମ ଅନୁରୂପ ଫଳପ୍ରାପ୍ତ ହେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ।
ମୀନ
ଏହି ସପ୍ତାହଟି ଜୀବନରେ କିଛି ନୂଆ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ହେବ । ଆପଣ ଆଖପାଖର ଲୋକଙ୍କଠାରୁ ପୂର୍ଣ୍ଣ ସମର୍ଥନ ଏବଂ ବିଶ୍ୱାସ ପାଇବେ । ଆୟ ବୃଦ୍ଧି ହେବ । ବର୍ତ୍ତମାନ ଆପଣ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ ଏବଂ ଯଥାସମ୍ଭବ ଆପଣଙ୍କ ଜୀବନକୁ ସନ୍ତୁଳିତ କରନ୍ତୁ ।